ଗେମ ଚେଞ୍ଜର ନୁହିଁ ନେମ ଚେଞ୍ଜର ସରକାର : ନବୀନ
ବଜେଟ ରେ ଜନତା ଙ୍କୁ ଭକୁଆ ବନା ଯାଇଛି
ନୂଆ ସରକାରର ପ୍ରଥମ ବଜେଟ ପାଇଁ ଅଭିନନ୍ଦନ ଜଣାଇ ନବୀନ କହିଛନ୍ତି- ଆମ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ୱତନ୍ତ୍ର ଅଭିନନ୍ଦନ । ଆପଣଙ୍କ ବଜେଟର ୮୦% ପାଣ୍ଠି ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନା ପାଇଁ ରଖାଯାଇଛି ଯଦିଓ ଯୋଜନା ର ନାମ ପରିବର୍ତ୍ତନ କରିଦିଆଯାଇଛି |
ଜନତା ଙ୍କୁ ପରିବର୍ତ୍ତନ ଆଣିବାର ପ୍ରତିଶୃତି ଦେଇ ରାଜ୍ୟରେ ବିଜେପି ସରକାର ଗଢ଼ୀଛି । ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବାପରେ ମୁଁ ଦେଖୁଛି ଯେ ପରିବର୍ତ୍ତନ ବା Change ନାଁ ରେ – ଏହି ସରକାର ଆମ ସରକାର ଙ୍କ ୪୫ ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି । ଭାରତୀୟ ଜନତା ପାର୍ଟି କହିଥିଲା ଯେ ସେମାନଙ୍କ ସରକାର ହେବ GAME CHANGER କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ସରକାର NAME CHANGER ହୋଇଯାଇଛି ।
. ଏଥିରୁ ଜଣାପଡୁଛି ଯେ ବିଜେଡି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକ ଲୋକାଭିମୁଖୀ, ପ୍ରଗତିଶୀଳ ଏବଂ ଦୃଢ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ବାକି ୨୦% ପାଣ୍ଠି ଆବଣ୍ଟନ ଭାରତୀୟ ଜନତା ଦଳ ନିର୍ବାଚନ ଇସ୍ତାହାରରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ ଦିଗରେ ଖର୍ଚ କରାଯିବ । ବିଜେପିର ନିର୍ବାଚନ ଇସ୍ତାହାରର ଗୋଟିଏ ନକଲ ଆମେ ବାଣ୍ଟିଛୁ । ସେମାନେ ଦିଆଯାଇଥିବା ଅନେକ ପ୍ରତିଶୃତି ମଧ୍ୟରୁ ମୁଁ ୩ରୁ ୪ଟି ପ୍ରତିଶୃତି ବିଷୟରେ ରେ କହିବି ।
• ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି ଯେ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଦିଆଯିବ । ଓଡିଶାରେ ୨କୋଟି ରୁ ଅଧିକ ମହିଳା ଅଛନ୍ତି। ଅଧିକନ୍ତୁ ୨ ବର୍ଷ ଭିତରେ ସବୁ ମହିଳାଙ୍କୁ ଏହି ଅର୍ଥ ଦେବାପାଇଁ ବିଜେପି ପ୍ରତିଶୃତି ଦେଇଥିଲା । ଏହି ପ୍ରତିଶୃତି ପାଳନ ପାଇଁ ଆପଣଙ୍କର ୧ଲକ୍ଷ କୋଟି ଟଙ୍କା ଦରକାର । କିନ୍ତୁ ଆପଣ ମାତ୍ର ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି । ଏହା ଦ୍ୱାରା ମାତ୍ର ୧୦% ମହିଳା ଉପକାର ପାଇବେ । ବାକି ୧ କୋଟି ୮୦ ଲକ୍ଷ ମହିଳା କେବେ ପାଇବେ ?
• ସାମାଜିକ ସୁରକ୍ଷା ମାସିକ ଭତ୍ତା ୩୫୦୦ ଟଙ୍କା କରିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ମୋଟ ୫୦ ଲକ୍ଷ ହିତାଧିକାରୀ ଅଛନ୍ତି । କିନ୍ତୁ ବଜେଟର ପ୍ରସ୍ତାବ ଅନୁଯାୟୀ ମାତ୍ର ଏକ ଲକ୍ଷ ହିତାଧିକାରୀ ଉପକାର ପାଇବେ । ଆପଣଙ୍କ ବଜେଟ ରେ ଆପଣ କହିଛନ୍ତି ଯେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦% ଵା ତା ଠାରୁ ଅଧିକ ଅକ୍ଷମ ବ୍ୟକ୍ତିମାନେ ଏହି ବର୍ଦ୍ଧିତ ଭତ୍ତା ପାଇବେ । ତେବେ ୬୦ରୁ ୮୦ ବର୍ଷ ମଧ୍ୟରେ ଥିବା ବିଧବା , ଭିନ୍ନକ୍ଷମ ଏବଂ ଦୁଃଖି ଲୋକମାନେ କାହିଁକି ଏଥିରୁ ବଞ୍ଚିତ ହେବେ ? ଆପଣଙ୍କର ଏହି ପ୍ରତିଶ୍ରୁତି ପୁରା କରିବା ପାଇଁ ବାର୍ଷିକ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ ।
♦ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଥିଲେ ଯେ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ରଖାଯିବ। କିନ୍ତୁ ବଜେଟ ପ୍ରସ୍ତାବରେ ହୋଇଥିବା ସମ୍ବଳ ଆବଣ୍ଟନରୁ ଜଣାପଡୁଛି ଏହା ରାଜ୍ୟର ୩୦% ଚାଷୀଙ୍କ ପାଇଁ ମଧ୍ୟ ଯଥେଷ୍ଟ ହେବନାହିଁ । ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବର୍ଦ୍ଧିତ MSP ଦେବାପାଇଁ କଣ ଯୋଜନା ରହିଛି ?
♦ ଭାରତୀୟ ଜନତା ପାର୍ଟି ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । ସୁର୍ଯୋଦୟ ଯୋଜନା ରେ ସୋଲାର ପାନେଲ ଲଗେଇ ସାରା ଦେଶର ୧ କୋଟି ଘର କୁ ମାଗଣା ବିଜୁଳି ଦେଵା କୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ତେଣୁ ଓଡିଶା ଭାଗରେ ମାତ୍ର ୩ ଲକ୍ଷ ଘର ପଡିପାରେ । କିନ୍ତୁ ଆମ ରାଜ୍ୟରେ ଦେଢ କୋଟି ଘର ରହିଛି । ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାପାଇଁ ଏହା କଣ ଆପଣଙ୍କ ପ୍ରତିଶ୍ରୁତି ? ମୁଁ ଚ୍ୟାଲେଞ୍ଜ କରୁଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଆମ ରାଜ୍ୟର ଲୋକ ସଂଖ୍ୟାର ୫% ଲୋକଙ୍କୁ ମଧ୍ୟ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପାଇଁ ବିଜେପି ସକ୍ଷମ ହେବନାହିଁ ।
♦ ସାମାଜିକ ଗଣ ମାଧ୍ୟମରେ ଏହି ଯୋଜନାକୁ ଆପଣ ଏଭଳି ଭାବରେ ଉପସ୍ଥାପନ କଲେ ଯେ ଲୋକମାନେ ଜୁଲାଇରୁ ZERO ବିଜୁଳି ବିଲ୍ ପାଇବାକୁ ଅପେକ୍ଷା କରିଛନ୍ତି । ମୁଁ ଦୁଖିତ ଯେ ଆପଣ ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି ।
♦ ୨୦୩୬ ସୁଦ୍ଧା ଆପଣ ଏକ ବିକଶିତ ଓଡିଶାର ପ୍ରତିଶ୍ରୁତି ଦେଇଛନ୍ତି । ଏକ ବିକଶିତ ଓଡିଶା ପାଇଁ ଆପଣଙ୍କ ଦୂରଦର୍ଶୀ ଯୋଜନାର ଏକମାତ୍ର ଉଦାହରଣ ମୁଁ ଏଠାରେ ଉପସ୍ଥାପନ କରୁଛି । ରାଉଲକେଲା- ସମ୍ବଲପୁର – ପାରାଦ୍ୱୀପ-ଧାମରା କୁ ସଂଯୁକ୍ତ କରୁଥିବା ଶିଳ୍ପ କରିଡର ପାଇଁ ମାତ୍ର ୨୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । କିନ୍ତୁ ଏଭଳି ଏକ କରିଡର ନିର୍ମାଣ ପାଇଁ ୧ ଲକ୍ଷ କୋଟିରୁ କମ୍ ଖର୍ଚ ହେବନାହିଁ । ‘ଜୁମଲା’ ପାଇଁ ଆପଣଙ୍କ ଦଳ ଜଣାଶୁଣା କିନ୍ତୁ ଓଡିଶାବାସୀ, ଯେଉଁମାନଙ୍କୁ ଆପଣ ଏକ ବିକଶିତ ଓଡିଶାର ସ୍ୱପ୍ନ ଦେଖାଇଛନ୍ତି ଏହା ସେମାନଙ୍କ ପାଇଁ ନିଷ୍ଠୁର ଉପହାସ ।
♦ ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ବିଜେପିର ଥିଲା ଏଗୁଡିକ ମୁଖ୍ୟ ପ୍ରତିଶ୍ରୁତି । ଆପଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଦି ପାଳନ ନକରନ୍ତି ତେବେ ଆପଣଙ୍କ ଇସ୍ତାହାର ଓ ବହୁଳ ପ୍ରଚାରିତ ଗ୍ୟାରେଣ୍ଟି ଗୁଡିକ ମିଥ୍ୟାର ଦସ୍ତାବିଜ ପାଲଟି ଯିବ । ମୁଁ ଆଶା କରୁଛି ଓ ପ୍ରାର୍ଥନା ମଧ୍ୟ କରୁଛି ଯେ ଓଡିଶାବାସୀ ନ ଭାବନ୍ତୁ ମିଥ୍ୟା ତଥା ବୃଥା ସ୍ୱପ୍ନ ଦେଖାଇ ଆପଣ ନିର୍ବାଚନ ଜିତିଛନ୍ତି ।ଏହା ଆମ ରାଜ୍ୟ ତଥା ଜନସାଧାରଣଙ୍କ ପାଇଁ ମଙ୍ଗଳପ୍ରଦ ହେବନାହିଁ । ଏମିତି କହି କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ |
More Stories
ବିଜେପି ଦଳୀୟ ସ୍ୱାର୍ଥ ପାଇଁ ବଳି ପଡୁଛି ରାଜ୍ୟ ସ୍ୱାର୍ଥ | ପୋଲାଭରମ ପ୍ରକଳ୍ପ ବନ୍ଦ ପରିବର୍ତ୍ତେ ବିଜେଡି କୁ ଟାର୍ଗେଟ
ମନ୍ତ୍ରୀ ଙ୍କ ଦାବି ଓଡିଶା ରେ ହବ ନୂତନ ସୂର୍ଯ୍ୟୋଦୟ ; ହେଲେ ବଜେଟ କହୁଛି ବାଜି ମାରି ନେଲେ ଆନ୍ଦ୍ର ଓ ବିହାର |
ବାର୍ବି ମିଶ୍ର Miss Universe Odisha ବିଜେତା | Miss Universe ଟାଇଟଲ ହାତେଇବା ଲକ୍ଷ୍ୟ ରେ ଓଡ଼ିଆ ଝିଅ