December 22, 2024

odishainsight.com

Screenshot

ପ୍ୟାରିସ ଅଲିମ୍ପିକ୍ସରେ ମହିଳା ସୁଟିଂରୁ ପ୍ରଥମ ପଦକ ଆଣି ଭାରତ ପାଇଁ ଗୌରବ ଆଣିଛନ୍ତି ୨୨ ବର୍ଷିୟା ମନୁ ଭାକର । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ବିଜେତା ହେଇଛନ୍ତି । ଏଥିସହିତ ପ୍ରଥମ ଭାରତୀୟ ମହିଳା ସୁଟର୍ ଭାବରେ ଅଲିମ୍ପିକ୍ସ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର।

Screenshot

ମୋଟ୍ ୨୨୭.୧ ସ୍କୋର ସହ ବ୍ରୋଞ୍ଜ ଜିତିଛନ୍ତି ମନୁ। ଗତକାଲି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ମନୁ ଭାକର। ଯୋଗ୍ୟତା ପର୍ଯ୍ୟାୟରେ ୫୮୦ ସ୍କୋର କରି ତୃତୀୟ ସ୍ଥାନରେ ରହିଥିଲେ।

ଜିତିବା ପରେ ସେ ଯାହା କହିଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ | ସେ କହିଛନ୍ତି ଫାଇନାଲ ଇଭେଣ୍ଟ ଚାଲିଥିବାବେଳେ ତାଙ୍କ ମନରେ ଗୀତାର ବାଣୀ ଚାଲିଥିଲା । ଫଳାଫଳ ଉପରେ ନୁହେଁ ନିଜ କର୍ମ ଉପରେ ଥିଲା ନଜର | ଶ୍ରୀମଦଭଗବଦ୍ ଗୀତାର ସେହି ବାଣୀ ତାଙ୍କ ମୁଣ୍ଡରେ ଚାଲିଥିଲା। ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଦେଇଥିବା ଉପଦେଶ ଯେ ତୁମେ କର୍ମ ଉପରେ ଧ୍ୟାନ ଦିଅ। ଫଳାଫଳ ଉପରେ ନୁହେଁ। ତାହା ହିଁ ଫାଇନାଲ ସମୟରେ ମୁଣ୍ଡରେ ଚାଲୁଥିଲା ବୋଲି ମନୁ ଭାକର କହିଛନ୍ତି।